Sci2 10 the long Qu


ପ୍ରଥମ ଅଧ୍ୟାୟ 
ପୋଷଣ (Nutrition)

1। ଆଲୋକ ପ୍ରକ୍ରିୟା ଓ ଅନ୍ଧକାର ପ୍ରକ୍ରିୟା ମଧ୍ୟରେ ପାର୍ଥକ୍ୟ ଲେଖ ।
ଆଲୋକ ପ୍ରକ୍ରିୟା : 
ଉ : (i)ଏହି ପ୍ରକ୍ରିୟା ଚାଲୁ ରହିବା ପାଇଁ କ୍ଲୋରୋଫିଲ, ଜଳ ଓ ଆଲୋକ ଆବଶ୍ୟକ । 
(ii) ଆଲୋକ ପ୍ରକ୍ରିୟା ଚାଲୁରହିବା ପାଇଁ ଶକ୍ତିର ଆବଶ୍ୟକତା  ନଥାଏ ଓ ସୂର୍ଯ୍ୟାଲୋକ ଅଭାବରେ ଏହି ପ୍ରକ୍ରିୟା ବନ୍ଦ ହୋଇଯାଏ ।
 (iii) ଆଲୋକ ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଥାଇଲାକିଏଡ ଝିଲ୍ଲିରେ ସଂପାଦିତ ହୋଇଥାଏ ।
 (iv) ଏହା ଏକ ଆଲୋକ ରାସାୟନିକ ପଦ୍ଧତି । ଏଥିରେ ସୌରଶକ୍ତି ରାସାୟନିକ ଶକ୍ତିରେ ପରିଣତ ହୁଏ ।
 (v) ଏହି ପ୍ରକ୍ରିୟାରେ ATP ଓ NADPH ସୃଷ୍ଟିହୁଏ ଓ ଅମ୍ଳଜାନ ଗ୍ୟାସ୍ ନିର୍ଗତ ହୁଏ । 
(vi) ଏହି ପ୍ରକ୍ରିୟା ପାଇଁ ଏନ୍‌ଜାଇମର ଆବଶ୍ୟକତା ନଥାଏ।
ଅନ୍ଧକାର ପ୍ରକ୍ରିୟା : 
 (i) ଏହି ପ୍ରକ୍ରିୟା ଚାଲୁ ରହିବା ପାଇଁ ଅଙ୍ଗାରକାମ୍ଳ ଆବଶ୍ୟକ । 
 (ii) ଅନ୍ଧକାର ପ୍ରକ୍ରିୟା ଚାଲୁରହିବା ପାଇଁ ଶକ୍ତିର ଆବଶ୍ୟକତା ଅଛି । ଏହା ଆଲୋକ ପ୍ରକ୍ରିୟା ସହ ପ୍ରାୟତଃ ସମଗତିରେ ଚାଲିଥାଏ ମାତ୍ର ଆଲୋକ ପ୍ରକ୍ରିୟା ବନ୍ଦହେବା ପରେ ଏହା କିଛି ସମୟ ଚାଲି ବନ୍ଦ ହୋଇଯାଏ । 
 (iii) ଅନ୍ଧକାର ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ସଂପାଦିତ ହୁଏ।
(iv) ଏହା ଏକ ରାସାୟନିକ ପଦ୍ଧତି । ଏହି ପଦ୍ଧତିରେ ଅଙ୍ଗାରକାମ୍ଳ ବିଘଟିତ ହୋଇ ଶର୍କରାରେ ପରିଣତ ହୁଏ ।
 (v) ଏହି ପ୍ରକ୍ରିୟାରେ ATP ଓ NADPH ନିୟୋଜିତ ହୁଏ ଏବଂ ମଣ୍ଡଦ ପ୍ରସ୍ତୁତ ହୁଏ ।
 (vi) ଏହି ପ୍ରକ୍ରିୟା ପାଇଁ ଏନ୍‌ଜାଇମର ଆବଶ୍ୟକତା ଥାଏ ।
2. ଆଲୋକଶ୍ଳେଷଣର ଅନ୍ଧକାର ପ୍ରକ୍ରିୟାପାଇଁ କ'ଣ ଆବଶ୍ୟକ ? ଆଲୋକଶ୍ଳେଷଣରେ ଆଲୋକ ଶକ୍ତି ଶୋଷଣଠାରୁ ଆରମ୍ଭକରି ଶର୍କରା ପ୍ରସ୍ତୁତି ପର୍ଯ୍ୟନ୍ତ ରାସାୟନିକ ପ୍ରକ୍ରିୟାର ସୋପାନଗୁଡ଼ିକ ଲେଖ । 
ଉ : ଆଲୋକଶ୍ଳେଷଣର ଅନ୍ଧକାର ପ୍ରକ୍ରିୟା ପାଇଁ ଅଙ୍ଗାରକାମ୍ଳ ଆବଶ୍ୟକ । ଆଲୋକଶ୍ଳେଷଣରେ ଆଲୋକ ଶକ୍ତି ଶୋଷଣଠାରୁ ଆରମ୍ଭ କରି ଶର୍କରା ପ୍ରସ୍ତୁତି ପର୍ଯ୍ୟନ୍ତ ରାସାୟନିକ ପ୍ରକ୍ରିୟା ଚାରିଟି ସୋପାନରେ ହୋଇଥାଏ ।
 (a) ହରିତଲବକରେ ଥିବା କ୍ଲୋରୋଫିଲ୍ ଦ୍ବାରା ଆଲୋକଶ୍ଳେଷଣ ଓ ତଦଜନିତ ଇଲେକ୍ଟ୍ରନ ଉତକ୍ଷେପଣ ।
 (b) ଇଲେକ୍ର୍ଟନ୍ ପ୍ରବାହଦ୍ବାରା ଆଲୋକଶକ୍ତିର ରାସାୟନିକ ଶକ୍ତିରେ ପରିବର୍ତ୍ତନ । 
(C) ଜଳ ଅଣୁର ବିଘଟନ ଘଟି ଉଦଜାନ, ଆୟନ୍ ଓ ଅମ୍ଳଜାନ ସୃଷ୍ଟି ।
 (d) ରାସାୟନିକ ଶକ୍ତି ବ୍ୟବହୃତ ହୋଇ CO ର ଶର୍କରାରେ ପରିବର୍ତ୍ତନ ।
3 ।ଆଲୋକଶ୍ଳେଷଣର ଆଲୋକ ପ୍ରକ୍ରିୟାକୁ ବୁଝାଅ ।
 ଉ : (i)ଏହି ପ୍ରକ୍ରିୟା ପାଇଁ କ୍ଲୋରୋଫିଲ୍, ଜଳ ଓ ଆଲୋକ ଆବଶ୍ୟକ । 
(ii) କ୍ଲୋରୋଫିଲ ଅଣୁଗୁଡିକ ଦୃଶ୍ୟମାନ ଆଲୋକ ରଶ୍ମିକୁ  ଶୋଷଣ କରି ଶକ୍ତି ପ୍ରବାହ ଜରିଆରେ ଏକ କ୍ଲୋରୋଫିଲ ଅଣୁକୁ ଅଧିକ ଶକ୍ତିସମ୍ପନ୍ନ କରି ଏଥିରେ ଉତ୍ତେଜନା ସୃଷ୍ଟି କରିଥାନ୍ତି ।
 (iii) ଏହି ଉତ୍ତେଜିତ କ୍ଲୋରୋଫିଲରୁ ଏକ ଇଲେକଟ୍ରନ୍ ବାହାରି ଥାଇଲାକଏଡ୍ ଝିଲ୍ଲୀରେ ପ୍ରବାହିତ ହେବା ଦ୍ବାରା ଥାଇଲାକଏଡ୍ ଭିତରକୁ ଉଦଜାନ ଆୟନ ପ୍ରବାହିତ ହୋଇଥାଏ ।
(iv) ଏହା ନିମ୍ନଶକ୍ତି ସମ୍ପନ୍ନ ଜାରିତ NADP କୁ ବିଜାରିତ କରି NADPH ଭୂପକ ରାସାୟନିକ ଶକ୍ତିରେ ପରିଣତ କରେ । 
(v) ଇଲେକଟ୍ରନ୍ ପ୍ରବାହ ସମୟରେ ଉଦଜାନ ଥାଇଲାକଏଡରୁ ବାହାରିଯାଇ ଏଟିପିଏଜ୍ ଏନ୍‌ଜାଇମ୍ ଦ୍ଵାରା ADP ATP ରେ ପରିଣତ ହୁଏ । ATP ଓ NADPH ମିଶି ଆଲୋକଶ୍ଳେଷଣ ଶକ୍ତି ଗଠନ କରନ୍ତି ।
୪।ବିଭିନ୍ନ ପ୍ରକାରର ଖାଦ୍ୟ ଉଦାହରଣ ସହ ଉଲ୍ଲେଖ କର।
ଉ : ରାସାୟନିକ ଗଠନ, କାର୍ଯ୍ୟ ଓ ଶକ୍ତି ପ୍ରଦାନକୁ ଆଧାର କରି ଖାଦ୍ୟ 6 ଭାଗରେ ବିଭକ୍ତ ।
 (i) ଶ୍ବେତସାର(carbohydrates) :
ଶର୍କରା ଓ ମଣ୍ଡଦ ଖାଦ୍ୟର ପ୍ରଧାନ ଶ୍ୱେତସାର । ଏହା ଭାତ, ରୁଟି, ଆଳୁ ଆଦିରେ ପ୍ରଚୁର ପରିମାଣରେ ଥାଏ । ଚିନି ଓ ଗୁଡ଼ ଆଦିରେ ସୁକ୍ରୋଜ୍ ଓ ପନିପରିବା ଓ ଫଳରସରେ ଗ୍ଲୁକୋଜ ଥାଏ ।ଶ୍ବେତସାରରୁ ଆମେ ସହଜରେ ଶକ୍ତି ଆହରଣ କରିପାରୁ। ଏକ ଗ୍ରାମ୍ ଶ୍ଵେତସାରରୁ ପ୍ରାୟ 16 କିଲୋ ଜୁଲ ଶକ୍ତି ମିଳେ ।ଗ୍ଲୁକୋଜର ଜାରଣ ଫଳରେ ଅଙ୍ଗାରକାମ୍ଳ,ଜଳ ଓ ଶକ୍ତି ସୃଷ୍ଟି ହୁଏ ।
i) ପୁଷ୍ଟିସାର (Proteins): | ଏମିନୋ ଅମ୍ଳର ଶୃଙ୍ଖଳଦ୍ଵାରା ପୃଷ୍ଟିସାର ଗଠିତ । ଶରୀରର ବୃଦ୍ଧି ଏବଂ ନୂତନ କୋଷ ଓ ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଆବଶ୍ୟକ। ପୁଷ୍ଟିସାର ମାଛ, ମାଂସ, ଅଣ୍ଡାର ଲାଳ, ଛେନା ଓ କ୍ଷୀର ଆଦିରେ ଆଏ । ଡାଲି ଜାତୀୟ ଶସ୍ୟ, ସୋୟାବିନ୍ ଆଦିରୁ ମଧ୍ୟ ପୁଷ୍ଟିସାର ମିଳେ । 
(iii) ସ୍ନେହସାର (Fats/Lipids): ମାଂସ, କ୍ଷୀର, ଛେନା, ଲହୁଣି, ଅଣ୍ଡାର କେଶର, ତେଲ ଓ ଘିଅ ଆଦିରେ ସ୍ନେହସାର ଥାଏ ।କୋଷଟିଲ୍ଲୀ ତିଆରିରେ ଲିପିଡର ମୁଖ୍ୟ ଭୂମିକା ରହିଛି। ଶରୀରରେ ସ୍ନେହସାର ଚର୍ବି ଆକାରରେ ସଞ୍ଚିତ ହୋଇ ରହେ। ଆବଶ୍ୟକ ବେଳେ କୋଷୀୟ ଶ୍ବସନଦ୍ୱାରା ସ୍ନେହସାର ଜାରିତ ହୋଇ ଶକ୍ତି ମିଳେ । ଚର୍ମ ତଳେ ଚର୍ବିର ଆସ୍ତରଣ ଥାଏ । ଚର୍ବି ତାର ଅପରିବାହୀ ହେତୁ ଏହା ଶରୀରକୁ ଉଷୁମ ରଖେ । 
(iv) ଧାତୁସାର (Minerals): ଶରୀର ଗଠନ ପାଇଁ କ୍ୟାଲସିୟମ୍, ଫସ୍‌ଫରସ୍, ଆୟୋଡିନ, ଲୌହ, ସୋଡିୟମ୍ ଓ ପୋଟାସିୟମ୍ ଆଦି ଲବଣ ଆବଶ୍ୟକ । ହାଡ଼ ଓ ଦାନ୍ତର ଗଠନ ପାଇଁ କ୍ୟାଲସିୟମ୍ ଓ ଫସ୍‌ଫରସ୍ ଲବଣ ଆବଶ୍ୟକ। ହିମୋଗ୍ଲୋବିନ୍‌ ଗଠନ ପାଇଁ ଲୌହ ଲବଣ ଆବଶ୍ୟକ । 
(v) @sigie (Vitamins): କୋଷରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ଏନଜାଇମ୍ ଦ୍ବାରା ହୋଇଥାଏ । ଏହା ଭିଟାମିନର ଉପସ୍ଥିତିରେ ହୁଏ । ଭିଟାମିନ୍ ଅଭାବରୁ ଶରୀରରେ ଅନେକ ପ୍ରକାରର ରୋଗ ହୁଏ।ଜଳରେ ଦ୍ରବଣୀୟ ଭିଟାମିନ୍ B ଓ C ଶାଗ, ପନିପରିବା ଓ ଫଳ ଆଦିରୁ ମିଳେ । ସ୍ନେହସାରରେ ଦ୍ରବଣୀୟ ଭିଟାମିନ୍ A, D, E, K ପ୍ରାଣୀଜ | ‘ଚର୍ବି ଓ ଉଭିଦଜାତ ତେଲରୁ ମିଳିଥାଏ । 
09 (Water):ଖାଦ୍ୟର ପାଚନରେ ଜଳ ସାହାଯ୍ୟ କରେ । କୋଷରେ ଥିବା କୋଷରସରେ 70-୨୦% ଜଳ ଥାଏ । ଝାଳ, ପରିସ୍ରା ଓ ନିଶ୍ୱାସ ଆଦିରେ ଶରୀରରୁ ଜଳ କ୍ଷୟ ହୁଏ। ଆମେ ପ୍ରତିଦିନ 3-4 ଟିଟର ପାଣି ପିଇବା ଆବଶ୍ୟକ। ଶରୀରରୁ ଜଳୀୟ ଅଂଶ କମିଗଲେ ଆମକୁ ଅସୁସ୍ଥତା ଲାଗେ।
୫। ସ୍ବଭୋଜୀ ପୋଷଣ କ’ଣ ? ଆଲୋକଶ୍ଳେଷଣ ଓ ରସାୟଶ୍ଳେଷଣ କ'ଣ, ଭଦାହରଣ ସହ ବୁଝାଅ । 
ଉ :(I) ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରି ପାରନ୍ତି ସେମାନଙ୍କୁ ସ୍ବଭୋଜୀ କୁହାଯାଏ ।
 ( I I)ପତ୍ରହରିତ ଥିବା ସମସ୍ତ ଉଦ୍ଭିଦ ଓ ନୀଳହରିତ ଶୈବାଳ ହେଉଛି ସ୍ବଭୋଜୀ।
(iii) ସ୍ବଭୋଜୀ ଜୀବ ସୂର୍ଯ୍ୟର ଆଲୋକଶକ୍ତିକୁ ବିନିଯୋଗକରି ସବୁଜ କଣିକାର ଉପସ୍ଥିତିରେ ଅଙ୍ଗାରକାମ୍ଳ ଓ ଜଳ ମଧ୍ୟରେ ସଂଯୋଗ ଘଟାଇ ଶ୍ୱେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ଏହି ପ୍ରକ୍ରିୟାକୁ ଆଲୋକଶ୍ଳେଷଣ ଓ ଏପ୍ରକାର ପୋଷଣକୁ ସ୍ବଭୋଜୀ ପୋଷଣ କହନ୍ତି ।
 (iv) ନାଇଟ୍ରେଟ୍ ପ୍ରସ୍ତୁତକାରୀ ବ୍ୟାକ୍ଟେରିଆ, ଗନ୍ଧକବ୍ୟାକ୍ଟରିଆ ପରି କେତେକ ରସାୟଶ୍ଳେଷଣ ବ୍ୟାକ୍ଟେରିଆ ଏକ ବିଶେଷ ଅଜୈବ ରାସାୟନିକ ପ୍ରକ୍ରିୟାରୁ ମିଳୁଥିବା ଶକ୍ତି ଆହରଣ କରିଥାନ୍ତି । ଏହାକୁ ରସାୟଶ୍ଳେଷଣ କୁହାଯାଏ ।































































Comments

Popular posts from this blog

ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ