ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ



5 ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର

୧। ବିସରଣ ପ୍ରକ୍ରିୟା କହିଲେ କ’ଣ ବୁଝ । ବିସରଣ ପ୍ରକ୍ରିୟା ଉପରେ ତାପମାତ୍ରାର ପ୍ରଭାବ ବର୍ଣ୍ଣନା କର। 

ଉ:- (i) ଦୁଇଟି ଭିନ୍ନ ଭିନ୍ନ ପଦାର୍ଥର ଅନ୍ତଃ ମିଶ୍ରଣକୁ ବିସରଣ ପ୍ରକ୍ରିୟା କୁହାଯାଏ । ଗ୍ୟାସୀୟ ପଦାର୍ଥରେ ଏହାର ହାର ସର୍ବାଧିକ ହୋଇଥିବା ବେଳେ କଠିନ ପଦାର୍ଥରେ ଏହାର ହାର ସର୍ବନିମ୍ନ ଅଟେ ।

 (ii) ଦୁଇଟି ଗ୍ଲାସ୍ ନେଇ ଗୋଟିକରେ ଥଣ୍ଡାଜଳ ଓ ଅନ୍ୟଟିରେ ଗରମଜଳ ନିଆଯାଉ । 

 (iii) ଉଭୟ ଗ୍ଲାସରେ ଗୋଟିଏ ଲେଖାଏଁ କପର ସଲଫେଟ୍ କିମ୍ବା ପୋଟାସିୟମ୍ ପରମାଙ୍ଗାନେଟ୍ ସ୍ପଟିକ ପକାଯାଉ । 

 (iv) ଉଭୟ ଗ୍ଲାସକୁ କିଛି ସମୟ ପାଇଁ ରଖାଯାଉ ଯେପରି ସ୍ଫଟିକଦ୍ବୟ ଗ୍ଲାସ ତଳେ ଧୀରେ ଧୀରେ ଧୀରେ ବସିଯିବେ । 

(v) ଏଠାରେ ଆମେ ଦେଖିବା ଉଭୟ ପାତ୍ରରେ ବିସରଣ ପ୍ରକ୍ରିୟା ଯୋଗୁଁ ସ୍ଫଟିକ ଗୁଡ଼ିକ ଜଳରେ ମିଳାଇଯିବ । କିନ୍ତୁ ଗରମଜଳ ଥିବା ଗ୍ଲାସ୍ରେ ସ୍ଫଟିକଟି ଶୀଘ୍ର ମିଳାଇ ଯିବ । 

 (vi) ଏଥିରୁ ଜଣାଗଲା ଯେ ତାପମାତ୍ରା ବୃଦ୍ଧି ହେତୁ ପଦାର୍ଥରେ ଥିବା କଣିକାମାନଙ୍କର ଗତିଜ ଶକ୍ତି ବୃଦ୍ଧି ପାଏ, ତେଣୁ ବିସରଣ ପ୍ରକ୍ରିୟାର ହାରରେ ବୃଦ୍ଧି ଘଟେ । 

୨। ଉର୍ଦ୍ଧ୍ବପାତନ କ'ଣ? ଏମୋନିୟମ୍ କ୍ଲୋରାଇଡକୁ ଉର୍ଦ୍ଧ୍ବପାତନ କଲେ କଣ ହୁଏ, ଚିତ୍ର ସହ ବର୍ଣ୍ଣନା କର ।

ଉ:- ଉର୍ଦ୍ଧ୍ବପାତନ : 
ଯେଉଁ ଅବସ୍ଥା ପରିବର୍ତ୍ତନରେ କଠିନ, ତରଳ  ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୁଏ, ତାହାକୁ ଉର୍ଦ୍ଧ୍ବପାତନ କହନ୍ତି ।

 ପରୀକ୍ଷା : 

(i) ଗୋଟିଏ ଚିନାମାଟି ପାତ୍ରରେ କିଛି କର୍ପୂର ଗୁଣ୍ଡ ନେଇ ଏହା ଉପରେ ଏକ ଫନେଲ ଘୋଡ଼ାଇ ପରୀକ୍ଷା କରଯାଉ । ଚିତ୍ରରେ ଦର୍ଶା ହେଲାଭଳି ଯନ୍ତ୍ରପାତି ଗୁଡ଼ିକ ସଜାଇ ଏହାକୁ ଉତ୍ତପ୍ତ କରାଯାଉ ।

 (ii) ଲକ୍ଷ୍ୟକଲେ ଦେଖିବ ଯେ କର୍ପୂର ଗୁଡ଼ିକ ଗ୍ୟାସ୍‌ହୋଇ ଉପରକୁ ଉଠିବ ଓ ଥଣ୍ଡା ହୋଇ ଫନେଲ୍ ଭିତରେ ଜମିଯିବ।


(iii) ଯେଉଁ କଠିନ ପଦାର୍ଥକୁ ଉତ୍ତପ୍ତ କଲେ ସେମାନେ ତରଳ ଅବସ୍ଥାକୁ ନଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୁଅନ୍ତି ସେହି ପଦାର୍ଥକୁ ଉଦ୍‌ବାୟୀ ପଦାର୍ଥ କହନ୍ତି। 

3.ପଦାର୍ଥର ଅବସ୍ଥା ପରିବର୍ତ୍ତନରେ ତାପମାତ୍ରାର ପ୍ରଭାବ ପରୀକ୍ଷା ସହ ବର୍ଣ୍ଣନା କର ।

ଉ:- ତାପମାତ୍ରା ପ୍ରଭାବରେ ପଦାର୍ଥର କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ପରିବର୍ତ୍ତନ ଘଟେ ଓ ତାହା ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ରୂପାନ୍ତରିତ ହୁଏ ।

 ଜଳର ଅବସ୍ଥା ପରିବର୍ତ୍ତନର ପରୀକ୍ଷା :-



ପ୍ରଣାଳୀ :

 ଗୋଟିଏ ବିକରରେ କିଛି ବରଫ ଖଣ୍ଡକୁ ନେଇ ତାହା ମଧ୍ୟରେ ଏକ ଥର୍ମୋମିଟରକୁ ବୁଡ଼ାଇ ରଖାଯାଉ, ଯେପରିକି ପାରଦଟି ବରଫ ମଧ୍ୟରେ ବୁଡ଼ିରହେ । ବିକରକୁ ଅଳ୍ପ ଶିଖା ଦ୍ଵାରା ଗରମ କରାଯାଉ ।

ପର୍ଯ୍ୟବେକ୍ଷଣ : 

କିଛି ସମୟ ପରେ ଦେଖିବାକୁ ମିଳିବଯେ ବରଫ ତରଳି ଜଳରେ ପରିଣତ ହେବ । ସେହି ସମୟର ତାପମାତ୍ରାକୁ ବରଫର ଗୁଳନାଙ୍କ କୁହାଯାଏ । ଆଉ କିଛି ସମୟ ପରେ ଜଳ ଗରମ ହୋଇ ଫୁଟିବାକୁ ଆରମ୍ଭ କରିବ ଓ ବାଷ୍ପରେ ପରିଣତ ହେବ । ଏହି ତାପମାତ୍ରାକୁ ଜଳର ସ୍କୁଟନାଙ୍କ କୁହାଯାଏ । 

 ଏଣୁ ତାପ ପ୍ରଭାବରେ ବରଫ, କଠିନ ଅବସ୍ଥାରୁ ତରଳ ଅବସ୍ଥା ଜଳ ଏବଂ ଜଳ, ତରଳ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥା ଜଳୀୟ ବାଷ୍ପରେ ପରିଣତ ହେବ ।

4.ବାଷ୍ପୀଭବନ କ'ଣ? ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କାରକ ଗୁଡ଼ିକ ବିଷୟରେ ବର୍ଣ୍ଣନା କର । 

ଉ:-  ଯେଉଁ ପ୍ରକ୍ରିୟାରେ ସ୍ଫୁଟନାଙ୍କଠାରୁ କମ୍ ଥିବା ଯେକୌଣସି ତାପମାତ୍ରାରେ ତରଳ ପଦାର୍ଥ ଗ୍ୟାସରେ ପରିଣତ ହୋଇଥାଏ, ତାହାକୁ ବାଷ୍ପୀଭବନ କୁହାଯାଏ ।

ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କାରକ ଗୁଡ଼ିକ ହେଲେ : 

(i)ପୃଷ୍ଠତଳ କ୍ଷେତ୍ରଫଳର ବୃଦ୍ଧି: ବାଷ୍ପୀଭବନ ପୃଷ୍ଠଭାଗରେ ସମ୍ପନ୍ନ ହେଉଥିବା ଏକ ପ୍ରକ୍ରିୟା ଅଟେ । ପୃଷ୍ଠ ଭାଗର କ୍ଷେତ୍ରଫଳ ବୃଦ୍ଧି  ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ । ଉଦାହରଣ ସ୍ଵରୂପ : ଲୁଗାକୁ ଶୁଖାଇଲାବେଳେ ଏହାକୁ ଖୋଲାକରି ଶୁଖାଇଲେ ତାହା ଶୀଘ୍ର ଶୁଖିଯାଏ ।

 (ii) ତାପମାତ୍ରା ବୃଦ୍ଧି : 
ତରଳର ତାପମାତ୍ରା ବୃଦ୍ଧି ପାଇଲେ ଅଧିକ ସଂଖ୍ୟକ ଅଣୁମାନେ ତାପଶକ୍ତି ଗ୍ରହଣ କରି ଅଧିକ ଗତିଜ ଶକ୍ତିର ଅଧିକାରୀ ହୋଇଥାଆନ୍ତି ଓ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ  ହୋଇଥାଆନ୍ତି ।

 (iii) ଆର୍ଦ୍ରତାର ହ୍ରାସ : 
ବାୟୁରେ ଉପସ୍ଥିତ ଥିବା ଜଳୀୟବାଷ୍ପର ପରିମାଣକୁ ସୀମିତ ପରିମାଣର ଜଳୀୟବାଷ୍ପ ଧାରଣ କରିପାରେ । ଯଦି ବାୟୁରେ ପୂର୍ବରୁ ଅଧିକ ଜଳୀୟବାଷ୍ପ ଉପସ୍ଥିତ ଥିବ ତେବେ ବାଷ୍ପୀଭବନର ବେଗ ହ୍ରାସ ପାଇବ ।

 (iv) ପବନ ବେଗର ବୃଦ୍ଧି : ସାଧାରଣତଃ ପବନ ବହୁଥିବା ବେଳେ ଓଦା ଲୁଗା ଶୀଘ୍ର ଶୁଖିଯାଏ । ପବନର ବେଗ ବଢ଼ିଲେ ଜଳୀୟବାଷ୍ପର ଅଣୁଗୁଡ଼ିକ ପବନ ସହ ଏକାଠି ହୋଇ ଉପରକୁ ଉଠିଯାଏ । ତେଣୁ ପାରିପାର୍ଶ୍ୱରେ ଥିବା ଜଳୀୟ ବାଷ୍ପ ପରିମାଣ କମିଯାଏ। ଏଥିପାଇଁ ବାଷ୍ପୀଭବନର ହାର ବୃଦ୍ଧିପାଏ ।

5. ତରଳ ପଦାର୍ଥର ବୈଶିଷ୍ଟ୍ୟ ଗୁଡ଼ିକ ଆଲୋଚନା କର ।

 ଉ:- ତରଳ ପଦାର୍ଥର ବୈଶିଷ୍ଟ ଗୁଡ଼ିକ ହେଲା :

 (i) ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ଆୟତନ ଅଛି, କିନ୍ତୁ ଆକାର ନାହିଁ । 

(ii) ଏହାର କଣିକାମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ କଠିନଠାରୁ ଅଧିକ କିନ୍ତୁ ଗ୍ୟାସୀୟଠାରୁ କମ୍ ଥାଏ । 

 (iii) ଏଥିରେ ବିସରଣ ହାର କଠିନ ଠାରୁ ଅଧିକ ଗ୍ୟାସୀୟ ଠାରୁ କମ୍ ଥାଏ ।

(iv) ଏଗୁଡ଼ିକ ପ୍ରବାହ ଅଟନ୍ତି ।

(v) ଏହାକୁ ଚାପ ବା ତାପ ପ୍ରୟୋଗ କରି ଅଧିକ ସଂକୁଚିତ କରାଯାଇ ପାରିବ ନାହିଁ । 

(vi) ଏହି ପଦାର୍ଥର କଣିକାମାନଙ୍କ ମଧ୍ୟରେ ଅନ୍ତଃଆଣବିକ ବଳ କଠିନ ଠାରୁ କମ୍ କିନ୍ତୁ ଗ୍ୟାସୀୟ ପଦାର୍ଥ ଠାରୁ ଅଧିକ।

3 ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର ।

1. ଆମେ ଖରା ଦିନେ ପୋଷାକ ପିନ୍ଧୁ କାହିଁକି ?

 (i) ଖରାଦିନେ ଆମ ଦେହରୁ ବହୁତ ଝାଳ ବାହାରିଥାଏ । ଯାହା ବାଷ୍ପୀଭବନ ପ୍ରକ୍ରିୟାକୁ ତ୍ବରାନ୍ବିତ କରେ । 

 (ii) ବାଷ୍ପୀଭବନ ସମୟରେ ତରଳର ପୃଷ୍ଠରେ ଥିବା କଣିକା ମାନେ ପରିପାର୍ଶ୍ୱରୁ କିମ୍ବା ଶରୀର ପୃଷ୍ଠରୁ ଶକ୍ତି ଆହରଣ କରି ବାଷ୍ପୀଭୂତ ହୋଇଥାନ୍ତି । ଯାହା ଫଳରେ ଶରୀର ଶୀତଳ ରହେ। 

 (iii) ସୂତା ପୋଷାକ ଜଳର ଭଲ ଅବଶୋଷକ ହୋଇଥିବାରୁ ଏହା ଶରୀର ଝାଳକୁ ଭଲରୂପେ ଅବଶୋଷଣ କରେ, ଯାହା ବାୟୁମଣ୍ଡଳ ସଂସ୍ପର୍ଶରେ ଆସେ ଓ ଶୀଘ୍ର ବାଷ୍ପୀଭୂତ ହୋଇଥାଏ ।

2. କଠିନ ପଦାର୍ଥ ଓ ତରଳ ପଦାର୍ଥ ମଧ୍ୟରେ ତିନୋଟି ପାର୍ଥକ୍ୟ ଦର୍ଶାଅ । 

 (i) କଠିନ ପଦାର୍ଥର କଣିକା ଗୁଡ଼ିକ ଦୃଢ଼ଭାବରେ ବାନ୍ଧି ହୋଇଥାନ୍ତି, କିନ୍ତୁ ତରଳ ପଦାର୍ଥର କଣିକାମାନଙ୍କର ଆକର୍ଷଣ ବଳ କଠିନ ଅପେକ୍ଷା କମ୍ । 

(ii) କଠିନ ପଦାର୍ଥର କଣିକାମାନଙ୍କ ମଧ୍ୟରେ ଦୂରତ୍ବ କମ୍ ଥାଏ, କିନ୍ତୁ ତରଳ ପଦାର୍ଥର କଣିକାମାନଙ୍କ ମଧ୍ୟରେ ଦୂରତ୍ବ ଅପେକ୍ଷାକୃତ ଅଧିକ ଥାଏ । 

 (iii) କଠିନ ପଦାର୍ଥ ମଧ୍ୟରେ ଅନ୍ୟ ପଦାର୍ଥର ବିସରଣ କମ୍ ଥାଏ, କିନ୍ତୁ ତରଳ ପଦାର୍ଥର ବିସରଣର ବେଗ ଅଧିକ ହୋଇଥାଏ ।

 3. ବସ୍ତୁର ସାନ୍ଦ୍ରତା କହିଲେ କଣ ବୁଝାଏ ? ଏହା କିପରି ଆୟତନ ଉପରେ ନିର୍ଭର କରେ ? 

 (i) କୌଣସି ବସ୍ତୁର ଏକକ ଆୟତନରେ ଥିବା ବସ୍ତୁତ୍ଵକୁ ସେହି ବସ୍ତୁର ସାନ୍ଦ୍ରତା କୁହାଯାଏ ।

 (ii) ବସ୍ତୁର ସାନ୍ଦ୍ରତା = ବସ୍ତୁର ବସ୍ତୁତ୍ଵ /ବସ୍ତୁର ଆୟତନ।

 (iii) ବସ୍ତୁର ବସ୍ତୁତ୍ୱ ସ୍ଥିର ଥାଇ ଏହାର ସାନ୍ଦ୍ରତା ଓ ଆୟତନ ପରସ୍ପର ପ୍ରତିଲୋମାନୁପାତି ଅଟନ୍ତି । 

4. ଗ୍ୟାସୀୟ ପଦାର୍ଥର ଧର୍ମ ଲେଖ । 

 (i) ଗ୍ୟାସୀୟ ପଦାର୍ଥର ଆକାର ଓ ଆୟତନ ନଥାଏ । କେତେକ କ୍ଷେତ୍ରରେ ଆୟତନ କଳନା କରାଯାଇପାରେ । 

(ii) ଏହାର କଣିକାମାନଙ୍କ ମଧ୍ୟରେ ଫାଙ୍କାସ୍ଥାନ ବହୁତ ଅଧିକ ଥାଏ । 

 (iii) ଏହାର କଣିକାମାନଙ୍କ ମଧ୍ୟରେ ଆକର୍ଷଣବଳ ସର୍ବନିମ୍ନ ଅଟେ ।

 5. ବୋଷ ଆଇନଷ୍ଟାଇନ୍ ସଂଘନିତ ଅବସ୍ଥା କ’ଣ ବୁଝାଇ ଲେଖ।

(i) 1920 ମସିହାରେ ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ରନାଥ ବୋଷ ପଦାର୍ଥର ପଞ୍ଚମ ଅବସ୍ଥା ସମ୍ପର୍କରେ ଗଣନା କରିଥିଲେ ।

 (ii) ଅତି କମ୍ ସାନ୍ଦ୍ରତାରେ କୌଣସି ଏକ ଗ୍ୟାସକୁ ଅତ୍ୟଧିକ ଥଣ୍ଡା କରିଲେ ପଦାର୍ଥରେ ବୋଷ ଆଇନ୍‌ଷ୍ଟାଇନ୍ ସଂଘନିତ ଅବସ୍ଥା ସୃଷ୍ଟିହୁଏ । 

(iii) କୌଣସି ଗ୍ୟାସକୁ ଅତ୍ୟଧିକ ଥଣ୍ଡାକଲେ ଏହାର କଣିକାଗୁଡ଼ିକ ସେମାନଙ୍କ ମଧ୍ୟରେ ଥିବା ଦୂରତାର ପରିମାଣକୁ ପରିବର୍ତ୍ତନ କରି ଏକ ନୂତନ ଅବସ୍ଥା ସୃଷ୍ଟି କରନ୍ତି।

 6. ନଖପଲିସ୍ କାହାଦ୍ବାରା ଛଡ଼ାଯାଏ ଏବଂ ଏହା ହାତରେ ପଡ଼ିଲେ କାହିଁକି ଥଣ୍ଡା ଲାଗେ ? 

 (i) ନଖ ପଲିସ୍ ଏସିଟୋନ୍ ଦ୍ବାରା ଛଡ଼ାଯାଏ ।

 (ii) ଏହ। ହାତରେ ପଡ଼ିଲେ ହାତରୁ ଏବଂ ପରିପାର୍ଶ୍ଵ ରୁ କିଛି ପରିମାଣରେ ଶକ୍ତି ଗ୍ରହଣ କରେ । 

 (iii) ଏଥିପାଇଁ ଏସିଟୋନରେ ବାଷ୍ପୀଭବନ ହୁଏ, ଯାହା ଫଳରେ ହାତକୁ ଥଣ୍ଡା ଲାଗେ ।

7. ତରଳ ଅବସ୍ଥାର ତିନୋଟି ବୈଶିଷ୍ଟ୍ୟ ଲେଖ । 

 (i) ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନାହିଁ ।

(ii) ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନ ଅଛି ।

 (iii) ତରଳର କଣିକା ଗୁଡ଼ିକ ମଧ୍ୟରେ କଠିନଠାରୁ ଅଧିକ ଫାଙ୍କା ସ୍ଥାନ  ଥାଏ ଏବଂ ଗ୍ୟାସୀୟଠାରୁ କମ୍ ଫାଙ୍କା ସ୍ଥାନଥାଏ।

 8. କଣିକା ମାନଙ୍କ ଉପରେ ବାହ୍ୟଚାପର ପ୍ରଭାବ ଉଦାହରଣ ସହ ବୁଝାଅ । 

 (i) ଚାପ ପ୍ରୟୋଗ କରି ପଦାର୍ଥର ଅବସ୍ଥା ପରିବର୍ତ୍ତନ କରାଯାଇପାରେ ।

 (ii) ଚାପ ପ୍ରୟୋଗ କରି କଣିକା ଗୁଡ଼ିକୁ ପାଖାପାଖି ଆଣିହୁଏ।

(iii) ଚାପ ପ୍ରୟୋଗ ଦ୍ଵାରା ପେଟ୍ରୋଲିୟମ୍ ଗ୍ୟାସ୍‌କୁ LPGରେ ପରିଣତ କରାଯାଇପାରେ ।

 9.ପଦାର୍ଥର କଣିକା ଗୁଡ଼ିକର ବାହ୍ୟଚାପର ପ୍ରଭାବ ଉଦାହରଣ ସହ ବୁଝାଅ ।

(i) ପଦାର୍ଥର କଣିକାମାନଙ୍କ ମଧ୍ୟରେ ଫାଙ୍କାସ୍ଥାନ ଥାଏ । 

(ii) ପଦାର୍ଥର କଣିକାମାନେ ଅନବରତ ଗତି କରିଥାନ୍ତି । 

(iii)  ପଦାର୍ଥର କଣିକା ଗୁଡିକ ପରସ୍ପରକୁ ଆକର୍ଷଣ କରନ୍ତି ।

10. ପଦାର୍ଥର ପ୍ଲାଜମା ଅବସ୍ଥା ସଂପର୍କରେ ବର୍ଣ୍ଣନା କର।

(i) ପଦାର୍ଥର ଏହି ଅବସ୍ଥାରେ କଣିକାଗୁଡିକ ଅତି ଶକ୍ତିଶାଳୀ ଓ ଅତି ଉତ୍ତେଜିତ ଅବସ୍ଥାରେ ଥାଆନ୍ତି । 

 (ii) ସଧାରଣତଃ ପ୍ଲାଜମା କଣିକା ଗୁଡିକରେ ବିଦ୍ୟୁତ ପ୍ରବାହ କଲେ ଏହା ଶିଖାହୀନ ଆଲୋକ ଦୀପ୍ତି ଦେଇଥାଏ । 

 (iii) ସୂର୍ଯ୍ୟ ଓ ତାରା ମାନଙ୍କରେ ଉଚ୍ଚତାପମାତ୍ରା ପାଇଁ ସେଥିରେ ପ୍ଲାଜମା କଣିକା ଦେଖାଯାଏ । 

11. ପଦାର୍ଥ କାହାକୁ କୁହାଯାଏ ? ଏହାର ଦୁଇଟି ଭୌତିକ ପ୍ରକୃତି ଲେଖ ।

 (i) ବିଶ୍ବରେ ଥିବା ସମସ୍ତ ବସ୍ତୁ ଯେଉଁ ଦ୍ରବ୍ୟକୁ ନେଇ ଗଢ଼ା ତାହାକୁ  ପଦାର୍ଥ କୁହାଯାଏ ।

 (ii) ପଦାର୍ଥ କଣିକାକୁ ନେଇ ଗଠିତ ।

 (iii) ପଦାର୍ଥରେ ଥିବା କଣିକା ଗୁଡ଼ିକ ବହୁତ ଛୋଟ ।

 12. ତାପ ପ୍ରୟୋଗ ଦ୍ଵାର। ବିସରଣ ପ୍ରକ୍ରିୟା ଦୃତତର ହୁଏ କାହିଁକି ? 

 (i) ପଦାର୍ଥର କଣିକା ଗୁଡ଼ିକ ଅବିରତ ଗତି କରି ଥାଆନ୍ତି । ତେଣୁ ସେମାନଙ୍କର ଗତିଜ ଶକ୍ତି ଥାଏ ।

 (ii) ତାପମାତ୍ରା ବୃଦ୍ଧି ହେଲେ କଣିକା ଗୁଡ଼ିକର ଗତିଜ ଶକ୍ତିର ପରିମାଣ ବୃଦ୍ଧି ପାଏ ଓ ଗତି ଦୃତତର ହୋଇଥାଏ ।

 (iii) ଫଳରେ ପଦାର୍ଥ ମଧ୍ୟରେ ଅଧିକ ଫାଙ୍କାସ୍ଥାନ ସୃଷ୍ଟି ହେବା ସହିତ ଗୋଟିଏ ପଦାର୍ଥର କଣିକା ଅନ୍ୟ ପଦାର୍ଥର ଫାଙ୍କା ସ୍ଥାନ ଦେଇ ଗତି କରନ୍ତି । ଫଳରେ ବିସରଣ ହାର ବୃଦ୍ଧି ପାଏ।

 13. ବାଷ୍ପୀଭବନ, ସ୍ଫୁଟନ ଓ ଉର୍ଦ୍ଧପାତନ ମଧ୍ୟରେ ପ୍ରଭେଦ ଦର୍ଶାଅ।

 (i) ବାଷ୍ପୀଭବନ ଏକ ପୃଷ୍ଠଭିତ୍ତିକ ପରିଘଟଣା। ପୃଷ୍ଠତଳରେ ଥିବା ଅଣୁଗୁଡ଼ିକ ଶକ୍ତି ଆହରଣ କରି ଅଣୁ ଅଣୁ ମରେ ଥିବା ଆକର୍ଷଣ ବଳର ପରିମାଣକୁ ଅତିକ୍ରମ କରି ତରଳ ପଦାର୍ଥ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୁଏ । 

 (ii) ସ୍ଫୁଟନ ପ୍ରକ୍ରିୟାରେ ତରଳର ସମସ୍ତ ଅଂଶର କଣିକା ସମୁହ ବାଷ୍ପୀୟ ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ । ଏହା ଏକ ସାମଗ୍ରିକ ପରିଘଟଣା । 

 (iii) ଉର୍ଦ୍ଧପାତନ ପ୍ରକ୍ରିୟାରେ କଠିନ ପଦାର୍ଥ ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ।




Comments