Posts

ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ

Image
5 ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର ୧। ବିସରଣ ପ୍ରକ୍ରିୟା କହିଲେ କ’ଣ ବୁଝ । ବିସରଣ ପ୍ରକ୍ରିୟା ଉପରେ ତାପମାତ୍ରାର ପ୍ରଭାବ ବର୍ଣ୍ଣନା କର।  ଉ:- (i) ଦୁଇଟି ଭିନ୍ନ ଭିନ୍ନ ପଦାର୍ଥର ଅନ୍ତଃ ମିଶ୍ରଣକୁ ବିସରଣ ପ୍ରକ୍ରିୟା କୁହାଯାଏ । ଗ୍ୟାସୀୟ ପଦାର୍ଥରେ ଏହାର ହାର ସର୍ବାଧିକ ହୋଇଥିବା ବେଳେ କଠିନ ପଦାର୍ଥରେ ଏହାର ହାର ସର୍ବନିମ୍ନ ଅଟେ ।  (ii) ଦୁଇଟି ଗ୍ଲାସ୍ ନେଇ ଗୋଟିକରେ ଥଣ୍ଡାଜଳ ଓ ଅନ୍ୟଟିରେ ଗରମଜଳ ନିଆଯାଉ ।   (iii) ଉଭୟ ଗ୍ଲାସରେ ଗୋଟିଏ ଲେଖାଏଁ କପର ସଲଫେଟ୍ କିମ୍ବା ପୋଟାସିୟମ୍ ପରମାଙ୍ଗାନେଟ୍ ସ୍ପଟିକ ପକାଯାଉ ।   (iv) ଉଭୟ ଗ୍ଲାସକୁ କିଛି ସମୟ ପାଇଁ ରଖାଯାଉ ଯେପରି ସ୍ଫଟିକଦ୍ବୟ ଗ୍ଲାସ ତଳେ ଧୀରେ ଧୀରେ ଧୀରେ ବସିଯିବେ ।  (v) ଏଠାରେ ଆମେ ଦେଖିବା ଉଭୟ ପାତ୍ରରେ ବିସରଣ ପ୍ରକ୍ରିୟା ଯୋଗୁଁ ସ୍ଫଟିକ ଗୁଡ଼ିକ ଜଳରେ ମିଳାଇଯିବ । କିନ୍ତୁ ଗରମଜଳ ଥିବା ଗ୍ଲାସ୍ରେ ସ୍ଫଟିକଟି ଶୀଘ୍ର ମିଳାଇ ଯିବ ।   (vi) ଏଥିରୁ ଜଣାଗଲା ଯେ ତାପମାତ୍ରା ବୃଦ୍ଧି ହେତୁ ପଦାର୍ଥରେ ଥିବା କଣିକାମାନଙ୍କର ଗତିଜ ଶକ୍ତି ବୃଦ୍ଧି ପାଏ, ତେଣୁ ବିସରଣ ପ୍ରକ୍ରିୟାର ହାରରେ ବୃଦ୍ଧି ଘଟେ ।  ୨। ଉର୍ଦ୍ଧ୍ବପାତନ କ'ଣ? ଏମୋନିୟମ୍ କ୍ଲୋରାଇଡକୁ ଉର୍ଦ୍ଧ୍ବପାତନ କଲେ କଣ ହୁଏ, ଚିତ୍ର ସହ ବର୍ଣ୍ଣନା କର । ଉ:- ଉର୍ଦ୍ଧ୍ବପାତନ :  ଯେଉଁ ଅବସ୍ଥା ପରିବର୍ତ୍ତନରେ କଠିନ, ତରଳ  ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତ

Set Qu/ans TBW SHORT

Image